Dhara Shree Radha

    ଜଗନ୍ନାଥାଷ୍ଟକ


ବୃନ୍ଦାବନଲୀଳାଚରିତ ସ୍ମୃତି ଚାରଣ ବିଗଳିତାବୟବ ଆନନ୍ଦାତିଶଯ୍ୟ ରସମୟ ବିଗ୍ରହେ ବିଦିତ ସଙ୍ଗେଭଦ୍ରାବଳଦେବ ଜଗନ୍ନାଥ ମହାବାବୁ ନୀଳାଦ୍ରୀଶ ମଙ୍ଗଳଦାୟକ ଦେବହରେ । ଧ୍ରୁବ ।

ଚତ୍ତୁର୍ଦ୍ଦଶ ବ୍ରହ୍ମାଣ୍ଡନାୟକ ଚତ୍ତୁର୍ବର୍ଗ ପ୍ରଦାୟକ ବ୍ରହ୍ମଦାରୁ ମୂର୍ତ୍ତି ପ୍ରକୃତି ସମଗ୍ର ପୁରୁଷୋତ୍ତମ ସାର୍ବଭୋ÷ମ ପୁରୁଷୋତ୍ତମେ ଏକାକୃତି ଜଗନ୍ନାଥ ମହାବାହୁ ନୀଳାଦ୍ରୀଶ ମଙ୍ଗଳଦାୟକ ଦେବହରେ ।୨ ।

କାଳୀ କାଳିକାକାନ୍ତ କଳିତ କବଳିତ କମନୀୟ କଳାକଳେବର ତୁମେବ ଛାୟା ଛାୟାନାଥ ତୁମେବ କୁମୁଦ କଳାବତୀ କୋଟିକଳାକର ଜଗନ୍ନାଥ ମହାବାହୁ ନୀଳାଦ୍ରିଶ ମଙ୍ଗଳଦାୟକ ଦେବହରେ ।୩ ।

ଅବତାରେ ମସô୍ୟ କସôପ ବରାହ ନରହର୍ଯ୍ୟକ୍ଷ୍ୟ ବାମନ ରୂପାନ୍ୱିତ ଭୃଗୁପତି ରଘୁପତି ବଳବ ଉଧ କଳକୀ ଦଶବିଧ ଲୀଳାଶ୍ରିତ ଜଗନ୍ନାଥ ମହାବାହୁ ନୀଳାଦ୍ରୀଶ ମଙ୍ଗଳଦାୟକ ଦେବ ହରେ ।୪ ।

ପୁଣ୍ୟ ପଞ୍ଚବଟା ପର୍ଣ୍ଣକୁଟୀରେ ବୃତ୍ତତମାଳ ମାଳତୀ କୁଞ୍ଜ ବିଳାସେ ନିଶଙ୍କିତା ସୀତା ସମାଙ୍କିତା ଯା ଉତ୍ଫୁଲନୀଳକମଳ ଅଙ୍କନିବାସେ ଜଗନ୍ନାଥ ମହାବାହୁ ନୀଳାଦ୍ରୀଶ ମଙ୍ଗଳଦାୟକ ଦେବହରେ ।୫ ।

କାଳିନ୍ଦୀ କୁଳସ୍ଥ କଦମ୍ବ କାନନେ କାମିନୀ କାମ କୁମୁଦକଳାନିଧି ଚଞ୍ଚଳ କର ଚରଣ ବେଣୁନୂପୁର ସଙ୍ଗୀତୋଚ୍ଛଳ ଆନନ୍ଦ ବାରିଧି ଜଗନ୍ନାଥ ମହାବାହୁ ନୀଳାଦ୍ରୀଶ ମଙ୍ଗଳଦାୟକ ଦେବହରେ ।୬ ।

ରାଗୋଦ୍ଦିପକ ସଙ୍ଗୀତେ ଦୀପକରାଗେ ଜାଳନ୍ତି ଦେବବାସୀ ତନୁଧୂପ ନୃତ୍ୟଉତ୍ଫୁଲିତ ନୟେନେନ୍ଦିବରୁ ଚୋଷନ୍ତି ପ୍ରୀତି ତବ ନେତ୍ର ମଧୂପ ଜଗନ୍ନାଥ ମହାବାହୁ ନୀଳାଦ୍ରୀଶ ମଙ୍ଗଳଦାୟକ ଦେବହରେ ।୭ ।

ସକଳ ସୁରାସୁର ନର କିନ୍ନରନାଗ ଯକ୍ଷ୍ୟ ବା‚ିତ ପଦାବ ମଧୁ ସର୍ବଧର୍ମ ଧାରା ତତ୍ତ୍ୱ ଦର୍ଶନ ସମନ୍ୱିତ ଭାବସିନ୍ଧୁ ଜଗତ ବନ୍ଧୁ ଜଗନ୍ନାଥ ମହାବାହୁ ନୀଳାଦ୍ରୀଶ ମଙ୍ଗଳଦାୟକ ଦେବହରେ ।୮ ।