Dhara Shree Radha

    ନଟରାଜ ତନୁଜ, ଷଡ଼ାନନ ଅନୁଜ


ନଟରାଜ ତନୁଜ, ଷଡ଼ାନନ ଅନୁଜ ଗିରିରାଜସୂତା ନନ୍ଦନ ହେ . . . କରୀବର ବଦନ ବୈରୀ ବିଘ୍ନ ମର୍ଦ୍ଦନ ଋଦ୍ଧିସିଦ୍ଧି ବର୍ଦ୍ଧନ କାରଣ ହେ . . . ବନେ୍ଦ ଗଣନାଥ ପାଦପଦ୍ମେ . . . ସର୍ବତ୍ରାଗ୍ର ପୂଜିତ ଭେଦାଭେଦ ବର୍ଜିତ ରାଜିତନିରାଜିତ ହୃଦସଦ୍ମେ . . . । ।
ବଳପ୍ରବଳ ପୃଥୁଳ ତନୁ କମନୀୟ ଖର୍ବ ସୁଢ଼ଳ ନଟ ସୁନ୍ଦର ହେ . . . ଶାସ୍ତ୍ର ଦର୍ଶନ ଜ୍ଞାନ ବିଜ୍ଞାନ ବିଦ୍ୟାଧନ ପରିପୂରିତ ଲମ୍ବ ଉଦର ହେ . . . ବନେ୍ଦ ଗଣନାଥ ପାଦପଦ୍ମେ ଇନ୍ଦୁରଯାନଶ୍ରିତ ଚରଣ ଯୁଗେ ଚିତ୍ତ ବିହନ୍ତୁ ନିବନ୍ଧନ ଜନ୍ମେ ଜନ୍ମେ . . . । ।